ଜାଣନ୍ତୁ ଘାତକ 'ଚେଚେନ ସ୍ପେଶାଲ ଫୋର୍ସ' କ'ଣ, ଯାହାକୁ ୟୁକ୍ରେନର ନେତାମାନଙ୍କୁ ବାଛି ବାଛି ହତ୍ୟା କରିବାକୁ ଆଦେଶ ଦେଇଛନ୍ତି ପୁଟିନ!
Advertisement
trendingNow11112930

ଜାଣନ୍ତୁ ଘାତକ 'ଚେଚେନ ସ୍ପେଶାଲ ଫୋର୍ସ' କ'ଣ, ଯାହାକୁ ୟୁକ୍ରେନର ନେତାମାନଙ୍କୁ ବାଛି ବାଛି ହତ୍ୟା କରିବାକୁ ଆଦେଶ ଦେଇଛନ୍ତି ପୁଟିନ!

Chechen Force, Russia-Ukraine War: କାଦିରୋଭ କହିଛନ୍ତି ଯେ, ଋଷର ସେନାକୁ ମଜବୁତ କରିବା ପାଇଁ ପ୍ରାୟ ୧୦,୦୦୦ ଚେଚେନ ସୈନିକ (Chechen soldiers) ଙ୍କୁ ୟୁକ୍ରେନକୁ ପଠାଯାଉଛି । ଚେଚେନ ଫୋର୍ସ ହେଉଛି ଚେଚେନ୍ୟାର ଫେଡେରାଲ ଗାର୍ଡ ସର୍ଭିସର ସାଉଥ ବାଟାଲିଅନର ଯୋଦ୍ଧା । ମନେ କରାଯାଏ ଯେ ଚେଚେନ ଯୋଦ୍ଧାମାନେ କେବଳ ଜଙ୍ଗଲରେ ବାସ କରନ୍ତି । ଡେଲି ମେଲର ରିପୋର୍ଟ ଅନୁସାରେ, ମସ୍କୋ ଟେଲିଗ୍ରାମ ଚ୍ୟାନେଲ ରିପୋର୍ଟ କରିଛି ଯେ ପ୍ରତ୍ୟେକ ଚେଚେନ ସୈନିକଙ୍କୁ ୟୁକ୍ରେନ ନେତା ଓ ଅଧିକାରୀଙ୍କ ଫଟୋ ଓ ସେମାନଙ୍କ ସମ୍ପୂର୍ଣ୍ଣ ବିବରଣୀ ସହିତ ଏକ ସ୍ୱତନ୍ତ୍ର 'କାର୍ଡ' ଦିଆଯାଇଛି । ଯାହାଫଳରେ ସେମାନେ ସହଜରେ ୟୁକ୍ରେନର ନେତାମାନଙ୍କୁ ଟାର୍ଗେଟ କରିପାରିବେ ।

ଜାଣନ୍ତୁ ଘାତକ 'ଚେଚେନ ସ୍ପେଶାଲ ଫୋର୍ସ' କ'ଣ, ଯାହାକୁ ୟୁକ୍ରେନର ନେତାମାନଙ୍କୁ ବାଛି ବାଛି ହତ୍ୟା କରିବାକୁ ଆଦେଶ ଦେଇଛନ୍ତି ପୁଟିନ!

ନୂଆଦିଲ୍ଲୀ: Chechen Force, Russia-Ukraine War: ଯୁଦ୍ଧର ଦିନ  ଯେତେ ବଢ଼ୁଛି, ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Putin) ଅଧିକ ବିପଦଜନକ ହେବାରେ ଲାଗିଛନ୍ତି । ପ୍ରଥମେ ସେ ୟୁକ୍ରେନର ଆତ୍ମା ବିଶ୍ୱାସକୁ ଦୁର୍ବଳ କରିବା ପାଇଁ ଋଷର ପରମାଣୁ ଡିଟରଣ୍ଟ ଫୋର୍ସ (Russian Nuclear Deterrent Forces) କୁ ହାଇ ଆଲର୍ଟରେ ରଖିଛନ୍ତି । ବର୍ତ୍ତମାନ ସେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି (Ukrainian President Volodymyr Zelensky) ଙ୍କ ସମେତ ୟୁକ୍ରେନର ପ୍ରମୁଖ ନେତାଙ୍କୁ ହତ୍ୟା କରିବା ପାଇଁ ଘାତକ ଚେଚେନ ଫୋର୍ସ (Chechen Force) କୁ ସବୁଜ ସଙ୍କେତ ଦେଇଛନ୍ତି ।

ଚେଚେନ୍ୟାର ପ୍ରଧାନମନ୍ତ୍ରୀ ରମଜାନ କାଦିରୋଭ (Chechnya Prime Minister Ramzan Kadyrov) ଶୁକ୍ରବାର ଏକ ଭିଡିଓ ଜାରି କରି କହିଛନ୍ତି ଯେ, ୟୁକ୍ରେନ (Ukraine) ଉପରେ ଋଷ (Russia) ର ଆକ୍ରମଣକୁ ସମର୍ଥନ କରିବା ପାଇଁ ଚେଚେନ ସୈନ୍ୟ ପଠାଯିବ । ଅନଲାଇନରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ କାଦିରୋଭ ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ମଧ୍ୟ ଠିକ୍ କହିଛନ୍ତି । ଏଥି ସହ ସେ କହିଛନ୍ତି ଯେ, ଯେକୌଣସି ପରିସ୍ଥିତିରେ ପୁଟିନ (Putin) ଙ୍କ ନିର୍ଦ୍ଦେଶ ପାଳନ କରିବାକୁ ସେ ପ୍ରସ୍ତୁତ ରହିବେ । କାଦିରୋଭ ଋଷର ଜଣେ ଦୃଢ଼ ସମର୍ଥକ ଭାବେ ମନେ କରାଯାଏ । ଯେଉଁମାନେ ନିଜକୁ ଋଷର "ଫୁଟ୍ ସୋଲ୍ଡର" ବୋଲି କହନ୍ତି । ଚେଚେନ ଫୋର୍ସ (Chechen Force) ନିଜର ଶକ୍ତି ଓ ବର୍ବରତା ଯୋଗୁଁ ହଣ୍ଟର୍ ନାମରେ ମଧ୍ୟ ଜଣାଶୁଣା ।

କାଦିରୋଭ କହିଛନ୍ତି ଯେ, ଋଷର ସେନାକୁ ମଜବୁତ କରିବା ପାଇଁ ପ୍ରାୟ ୧୦,୦୦୦ ଚେଚେନ ସୈନିକ (Chechen soldiers) ଙ୍କୁ ୟୁକ୍ରେନକୁ ପଠାଯାଉଛି । ଚେଚେନ ଫୋର୍ସ ହେଉଛି ଚେଚେନ୍ୟାର ଫେଡେରାଲ ଗାର୍ଡ ସର୍ଭିସର ସାଉଥ ବାଟାଲିଅନର ଯୋଦ୍ଧା । ମନେ କରାଯାଏ ଯେ ଚେଚେନ ଯୋଦ୍ଧାମାନେ କେବଳ ଜଙ୍ଗଲରେ ବାସ କରନ୍ତି । ଡେଲି ମେଲର ରିପୋର୍ଟ ଅନୁସାରେ, ମସ୍କୋ ଟେଲିଗ୍ରାମ ଚ୍ୟାନେଲ ରିପୋର୍ଟ କରିଛି ଯେ ପ୍ରତ୍ୟେକ ଚେଚେନ ସୈନିକଙ୍କୁ ୟୁକ୍ରେନ ନେତା ଓ ଅଧିକାରୀଙ୍କ ଫଟୋ ଓ ସେମାନଙ୍କ ସମ୍ପୂର୍ଣ୍ଣ ବିବରଣୀ ସହିତ ଏକ ସ୍ୱତନ୍ତ୍ର 'କାର୍ଡ' ଦିଆଯାଇଛି । ଯାହାଫଳରେ ସେମାନେ ସହଜରେ ୟୁକ୍ରେନର ନେତାମାନଙ୍କୁ ଟାର୍ଗେଟ କରିପାରିବେ ।

କିଏ ଚେଚେନ

ଚେଚେନ ହେଉଛି ଏକ ନୃଜାତୀୟ ସମୂହ (Ethnic Group), ଯେଉଁମାନେ ହଜାର ହଜାର ବର୍ଷ ଧରି ଉତ୍ତର କାକେଶସର ଉଚ୍ଚଭୂମିରେ ବାସ କରିଆସୁଛନ୍ତି । ୧୯୭୧ ମସିହାରେ ବିଭିନ୍ନ ଜାତି ସମୂହ, ଯେଉଁଥିରେ ଅଧିକାଂଶ ମୁସଲମାନ ଥିଲେ, ସେମାନେ ଋଷ ଠାରୁ ସ୍ୱାଧୀନତା ଘୋଷଣା କରିଥିଲେ । ସେମାନଙ୍କୁ ବିଭିନ୍ନ ବିଶ୍ୱସ୍ତରୀୟ ଦେଶ ମଧ୍ୟ ମାନ୍ୟତା ଦେଇଥିଲେ । କିନ୍ତୁ ପରେ ସୋଭିଏତ୍ ସଂଘ (Soviet Union) ଆକ୍ରମଣ କରି ଚେଚେନ-ଇନଗୁସ୍ ସ୍ୱୟଂଶାସିତ ସୋଭିଏତ୍ ସମାଜବାଦୀ ଗଣରାଜ୍ୟର ସ୍ଥାପନା କରିଥିଲା । ସୋଭିଏତ୍ ଦଖଲ ସତ୍ତ୍ୱେ ଚେଚେନ ଲୋକମାନେ ବିରୋଧ ଜାରି ରଖିଥିଲେ । ଏହା ଦେଖି ଷ୍ଟାଲିନ ଚେଚେନ୍ୟାର ଲୋକଙ୍କୁ  ପୁନର୍ବାସ ନାମରେ ସାଇବେରିଆକୁ ପଠାଇଥିଲେ ।

ମନେ କରାଯାଏ ଯେ ଏହି ବିସ୍ଥାପନରେ ଅର୍ଦ୍ଧେକ ଚେଚେନ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଯାଇଥିଲା ଓ ବର୍ଷେ ପରେ ନିକିତା କ୍ରୁଚେଭଙ୍କ ନେତୃତ୍ୱରେ, 'ଡି-ଷ୍ଟାଲିନାଇଜେସନ୍' ନାମକ ଏକ ସମୟ ମଧ୍ୟରେ ଚେଚେନ୍ୟା ଲୋକମାନଙ୍କୁ ନିଜ ଦେଶକୁ ଫେରିବାକୁ ଅନୁମତି ଦିଆଗଲା । ସମ୍ପ୍ରତି, ୟୁରୋପୀୟ ସଂଘ ଏହି ନିର୍ବାସନକୁ ଏକ ନରସଂହାର ଭାବରେ ସ୍ୱୀକୃତି ଦେଇଛି ।

ଏହା ବି ପଢ଼ନ୍ତୁ:-ଆଖି ପିଛୁଳାକେ କୋଟି କୋଟି ଲୋକଙ୍କ ମୃତ୍ୟୁ, ୧୮ ହଜାର ବର୍ଷ ପଛକୁ ଚାଲିଯିବ ଦୁନିଆ; ଜାଣନ୍ତୁ ପରମାଣୁ ଯୁଦ୍ଧ ହେଲେ କ'ଣ ହେବ?

ଏହା ବି ପଢ଼ନ୍ତୁ:-ଜାଣନ୍ତୁ ୟୁକ୍ରେନର ଆଜୋଭ ରେଜିମେଣ୍ଟ ବିଷୟରେ, ଯିଏ ଋଷର ସେନାକୁ ଦେଉଛି କଡ଼ା ଟକ୍କର

ଏହା ବି ପଢ଼ନ୍ତୁ:-ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସାହାରା ପାଲଟିଥିଲା ଭାରତ, ଆଜି ଏପରି ଋଣ ସୁଝୁଛି ପୋଲାଣ୍ଡ

ଏହା ବି ପଢ଼ନ୍ତୁ:-ୟୁକ୍ରେନ ବିରୋଧରେ କ'ଣ ରହିଛି ପୁଟିନଙ୍କ 5-T ପ୍ଲାନ? ଜାଣନ୍ତୁ ଲଗାତର ବୋମା ବର୍ଷା କରିବାର କାରଣ

 

୧୯୯୧ରେ ସୋଭିଏତ୍ ସଂଘର ପତନ ପରେ ଚେଚେନ ରିପବ୍ଲିକ୍ ଗଠନ ହୋଇଛି ଓ ଏହା ଯୋଗୁଁ ନୂତନ ଭାବରେ ଗଠିତ ଋଷ ସହିତ ସ୍ଥିତିକୁ ଆହୁରି ଖରାପ ହୋଇଯାଇଛି । ୧୯୯୪ରେ ଋଷ ଚେଚେନ ଉପରେ ଆକ୍ରମଣ କରିଥିଲା ।​ ଏହା ପ୍ରଥମ ଚେଚେନ ଯୁଦ୍ଧର କାରଣ ହୋଇଥିଲା ଓ ଏହି ଯୁଦ୍ଧରେ ଚେଚେନ ଗଣତନ୍ତ୍ର ଋଷର ସେନାକୁ ପରାସ୍ତ କରିଥିଲା । ଏହିପରି ୧୧୯୫ରେ ଏହା ସ୍ୱାଧୀନତା ହାସଲ କଲା । କିନ୍ତୁ ୨୦୦୦ରେ ପୁଟିନ ଋଷରେ କ୍ଷମତା ଗ୍ରହଣ କରିବା ପରେ ପୁଣିଥରେ ଚେଚେନ ଉପରେ ଆକ୍ରମଣ କରିଥିଲେ । ଏହା ଦ୍ୱିତୀୟ ରୁଷୋ-ଚେଚେନ ଯୁଦ୍ଧର କାରଣ ହୋଇଥିଲା । ଜୁନ୍ ୨୦୦୦ରେ ଋଷ ଅଖମତ କେଦିରୋଭଙ୍କୁ ଚେଚେନ୍ୟାର ନେତା ଭାବରେ ଘୋଷଣା କଲା । 

ଅଖମତ କେଦିରୋଭ (Akhmat Kadyrov) ପ୍ରଥମେ ବିଚ୍ଛିନ୍ନତାବାଦୀ ନେତା ଥିଲେ, କିନ୍ତୁ ପରେ ଋଷର ପକ୍ଷରେ ଚାଲିଯାଇଥିଲେ । ୨୦୦୭ରେ ଅଖମତ କାଦିରୋଭ ଏକ ବିସ୍ଫୋରଣରେ ନିହତ ହୋଇଥିଲେ । ଏହା ପରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କ ପୁଅ ରମଜାନ କାଦିରୋଭଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବରେ ବାଛିଲେ ଓ ସେବେଠାରୁ ସେ ଦେଶକୁ ଋଷ ଦ୍ୱାରା ପରିଚାଳିତ ହେଉଛି ।

Trending news